ବରଗଡ : ଆଗାମୀ ମଇ ୭ ତାରିଖରୁ ବରଗଡ଼ ଜିଲ୍ଳା ପ୍ରିମିୟର ଲିଗ (ବିଡିପିଏଲ) ଆରମ୍ଭ ହେବା ସହ ସେଇ ମାସ ୧୪ ତାରିଖରେ ଏହାର ଫାଇନାଲ ମୁକାବିଲା ସହ ଉଦଯାପନୀ ହେବ । ଜିଲ୍ଳା କ୍ରିକେଟ ଏସୋସିଏନର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ଼ ରୟାଲ ଟାଇଗର୍ସ , ୟୁନାଇଟେଡ ଡ୍ରିମ ଇଲେଭେନ , ବରଗଡ଼ ସ୍ପାର୍ଟନସ , ଅତାବିରା ହ୍ୱାଇସ ହର୍ସ , ସିଂ ୱାରିୟସ ପରି ପାଞ୍ଚଟି ଦଳ ଭାଗନେବେ । ଟି ଟ୍ୱେଣ୍ଟି ଫର୍ମାଟରେ ଫ୍ଲଡ ଲାଇଟରେ ଧଳା ବଳ ଏବଂ ରଙ୍ଗୀନ ପୋଷାକ ବ୍ୟବହାର ହେବ ବୋଲି ସଭାପତି ହରିହର ପ୍ରଧାନ ଏବଂ ସାଧାରଣ ସଂପାଦକ ରବି ପଣ୍ଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

error: Content is protected !!