ବରଗଡ : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ ,ବିଡ଼ିପିଏଲର ସପ୍ତମ ସଂସ୍କରଣ  ପାଇଁ ଖେଳାଳୀ ନିଲାମୀ  ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ୫ ଜଣ ୧୬ ବର୍ଷ ରୁ କମ ବୟସର, ୧୦ ଜଣ ୧୯ ବର୍ଷ ରୁ କମ ବୟସର ଖେଳାଳୀ ଙ୍କ ସମେତ ମୋଟ ୮୩ ଜଣ ଖେଳାଳୀ ଚୟନ ହୋଇଥିଲେ। ଏହି ପ୍ରକ୍ରିୟା ପୂର୍ବରୁ ସମସ୍ତ ଦଳ ପାଇଁ ଜଣେ ଲେଖାଏଁ ଆଇକନ ଖେଳାଳୀଙ୍କୁ ପ୍ରଦାନ କରାଯାଇଥିଲା,ସେମାନଙ୍କୁ ମିଶାଇ ମୋଟ ୮୮ ଜଣ ଖେଳାଳୀ ଏହି ପ୍ରତିଯୋଗିତା ରେ ଭାଗ ନେବେ । ଏହି ପ୍ରକ୍ରିୟା ରେ ସମସ୍ତ ଦଳର ଆଇକନ ଖେଳାଳୀଙ୍କ ସହ ଫ୍ରେଞ୍ଚାଇଜି ମାଲିକ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍ ର କର୍ମକର୍ତ୍ତା ସାମିଲ ହୋଇଥିଲେ।

ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସଭାପତି ହରିହର ପ୍ରଧାନ, ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସମେତ , ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୁର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ଚାଟାର୍ଜୀ,ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ଚନ୍ଦ୍ର ଶେଖର ପ୍ରଧାନ, ନବୀନ ଲାଠ, ଅମିୟ ଭୂଷଣ ସାହୁ,ପ୍ରଦୀପ ସାହୁ, ସୌର୍ଯ୍ୟ ରଞ୍ଜନ ରାୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar