ବରଗଡ : ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଦେବୀଙ୍କ ଭୋରରୁ ଗଙ୍ଗାଜଳାଭିଷେକ ଆରମ୍ଭ ହୋଇଛି । ଯାହାକୁ ନେଇ ଶନିବାର ଭୋରରୁ ମନ୍ଦିର ପରିସରରେ ଭକ୍ତମାନେ ଲମ୍ବାଧାଡିରେ ପହଂଚି ମାଁଙ୍କୁ ମହାସ୍ନାନ କରି ନିଜକୁ ଧନ୍ୟ ମନେ କରିଥିଲେ ।

ସେହିପରି ଏ ଅବସରରେ ମାଁଙ୍କୁ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ତଥା ଫଳମୂଳ ଆଦି ମହାଭୋଗ ଅର୍ପଣ କରାଯାଇଥିବା ବେଳେ ପରେ ଭକ୍ତମାନଙ୍କୁ ସେହି ମହାଭୋଗ ପ୍ରସାଦ ଆକାରରେ ଦିଆଯାଇଥିଲା ।

ଭୋର ୪ ଟା ୩୦ ମିନିଟରେ ମାଁ ଙ୍କର ପହଡ ଭାଙ୍ଗିବା ପରେ ମାଁଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବା ସହ ଭକ୍ତମାନଙ୍କ ଦ୍ୱାରା ମାଁଙ୍କର ଗଙ୍ଗା ଜଳାଭିଷେକ ଆରମ୍ଭ ହୋଇଥିଲା । ଏହା ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପରେ ସପ୍ତଶତି ଚଣ୍ଡିପାଠ ହୋମ ସହ ବାସନ୍ତିକ ପୂଜାର ପୂଣ୍ଣାହୂତୀ ଅନୁଷ୍ଠିତ ହେବ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar