ବରଗଡ  : ବରଗଡ  ଅତାବିରା ମାଟିର ସୁପୁତ୍ର ତଥା ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଶ୍ରୀ ପ୍ରମୋଦ ଭଗତ ଙ୍କୁ ସ୍ପୋର୍ଟସ ଷ୍ଟାର ଏସ ଆୱାର୍ଡ଼ ସମାରୋହ ରେ ବିଶେଷ ଉଲ୍ଲେଖ ପୁରସ୍କାର ରେ ସମ୍ମାନୀତ କରାଯାଇଛି। ମୁମ୍ବାଇ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ଵର ଏହି ନମ୍ବର ଏକ ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଭାବରେ ସ୍ପୋର୍ଟସ ଷ୍ଟାର ଅଫ ଦି ଇୟର ପୁରୁଷ ଖେଳାଳୀ ଓ ମୀରବାଇ ଙ୍କୁ ଶ୍ରେଷ୍ଠ ମହିଳା ଖେଳାଳୀ ଭାବରେ ସମ୍ମାନୀତ କରାଯାଇଥିଲା।ସେହିଭଳି ପାରା ଅଲିମ୍ପିକରେ ଜ୍ୟାଭଲିନରେ ସ୍ୱର୍ଣ୍ଣ ପଦକ ବିଜୟୀ ପାରା ଖେଳାଳୀ ସୁନିତ୍ ଅନଟି ଙ୍କୁ ଶ୍ରେଷ୍ଠ ପାରା  ପୁରୁଷ ଓ ଅଭନି ଙ୍କୁ ଶ୍ରେଷ୍ଠ ମହିଳା ପାରା ଖେଳାଳୀ ଭାବରେ ସମ୍ମାନୀତ କରାଯାଇଥିଲା। ବାଇଯୁସ,ଆଇ ଡି ଏଫ୍ ସି ସହ ମିଳିତ ଭାବରେ ଏହି ଏସ ଆୱାର୍ଡ଼ ୨୦୨୨ ପ୍ରଦାନ କରାଯାଇଥିଲା।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar