ସମ୍ବଲପୁର :  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ ଟି ସଚିବ ଭିକେ ପାଣ୍ଡିଆନ ସୋମବାର ସମ୍ବଲପୁର ଗସ୍ତରେ ଆସି ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ଟିମ ସମ୍ବଲପୁର ପହଂଚି ପ୍ରଥମେ ମା ସମଲେଇଙ୍କ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଅଚଂଳ ନିରୀକ୍ଷଣ କରିଥିଲେ ।

ପ୍ରକଳ୍ପ ପାଇଁ ବିସ୍ଥାପିତ ଜନବସତି ଦୁର୍ଗାପାଲିଠାରେ ନିର୍ମାଣଧୀନ କଲୋନୀକୁ ଅବସ୍ଥାପିତ କରାଯିବ । ଉଚ୍ଚସ୍ତରୀୟ ଟିମ ମନ୍ଦିର ପରିସର ବୁଲିବା ପରେ ଦୁର୍ଗାପାଲିଠାରେ ପ୍ରଭାବିତଙ୍କ ପାଇଁ ନିର୍ମାଣଧୀନ କଲୋନୀ ବୁଲି ଦେଖିଥିଲେ ।

ସମଲେଇ ପ୍ରକଳ୍ପ ପାଇଁ ବିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଗାମୀ ଏପ୍ରିଲରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ଉଚ୍ଚ ସଚିବସ୍ତରୀୟ ଟିମରେ ୱାକର୍ସ ବିଭାଗର ପ୍ରମୁଖ ସଚିବ ଭି ଭି ଯାଦବ , ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲକ୍ରିଷ୍ଣା ସମ୍ବଲପୁର ଆସିଥିବା ବେଳେ ଏ ଅବସରରେ ଉତରାଚଂଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଲେଇ, ସମ୍ବଲପୁର ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!