ସୋହେଲା : ସୋହେଲା ହଲଦିପାଲି ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସୋମବାର ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ଶ୍ରୀ କ୍ଷେତ୍ର ମହୋଦଧିରୁ ଅଣାଯାଇଥିବା ପବିତ୍ର ଜଳ ଏବଂ ଅଖଣ୍ଡ ଜ୍ୟୋତି ପୂଜାମଣ୍ଡପରେ ସ୍ଥାପିତ କରାଯାଇଥିଲା ।

ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବ ବିଧିବିଧାନ ସହକାରେ ପାଳିତ ହେବ । ଏ ଅବସରରେ ପ୍ରତ୍ୟହ ପାରାୟରଣ, ବ୍ୟଙ୍ଗ କବି ଆସର, ନାଟକ, ଦଣ୍ଡନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ମନ୍ଦିର ପ୍ରତିଷ୍ଠା କମିଟୀ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar