ବରଗଡ଼: ଗାନ୍ଧି ସ୍ମୃତି ପାଠାଗାର ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ବରିଷ୍ଟ ସଦସ୍ୟ ତଥା ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ବାରିକ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଚଳିତ ଆର୍ଥିକ ବର୍ଷର ବଜେଟର ବିଭିନ୍ନ ଦିଗ ଯଥା ବିତ୍ତିୟ ନିଅଣ୍ଟ, ରୋଜଗାର, ମୁଦ୍ରାସ୍ପିତୀ, ଦୀର୍ଘ ମିଆଦି ଯୋଜନା, କୃଷି କୃଷିଭିତ୍ତିଭୂମି ତଥା ଶିକ୍ଷା ସ୍ୱାସ୍ଥ୍ୟ ଉପରେ ଅଭିମତ ରଖିଥିଲେ । ଅନ୍ୟତମ ଆଲୋଚକ ଭାବରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଡକ୍ଟର ଅଞ୍ଜଳି ଦାଶ ଯୋଗଦେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା, ବିଭିନ୍ନ କ୍ଷେତ୍ରକୁ ବ୍ୟୟବରାଦ, ସୁଯୋଗ ଓ ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପାଠାଗାରର ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ସଂପାଦକ ବିକ୍ରମାଦିତ୍ୟ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar