ବରଗଡ଼ : ଭାରତୀୟ ହସ୍ତତନ୍ତ ପ୍ରାଦ୍ୟୋଗିକ ପ୍ରତିଷ୍ଠାନଠାରେ ଦଶମ ଜାତୀୟ ହସ୍ତ ତନ୍ତ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଏମ୍ ଆନନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇମ୍ପରିୟଲ କଲେଜର ଚେୟାରମେନ ଦୀପକ କୁମାର ଗୋୟଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ବରଗଡ଼ ଏବଂ ସୋନପୁର ଜିଲ୍ଲାର ୧୪ ଜଣ ସନ୍ଥକବୀର ଓ ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାର ସୁରେନ୍ଦ୍ର ମେହେର, କ୍ଷେତ୍ରମୋହନ ମେହେର, ସ୍ୱର୍ଗତ ମୁରଲୀ ମେହେର, ଭିକାରୀ ମେହେର,ଦୟାଳୁ ମେହେର, ଭକ୍ତରାଜ ମେହେର, କଲାବତୀ ମେହେର, ସ୍ୱର୍ଣ୍ଣଲତା ମେହେର, ଦେବକୀ ମେହେର, ଋଷବ ମେହେର, ମକରଧ୍ୱଜ ମେହେର, ହରିଶଙ୍କର ମେହେର, ଇଶ୍ୱର ମେହେର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।  

ସେହିପରି ସାମର୍ଥ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଶିକ୍ଷାଥୀମାନଙ୍କୁ କେନ୍ଦ୍ରୀୟ ଟେକ୍ସଟାଇଲ କମିଟିର ସଦସ୍ୟ ପ୍ରଦୀପ ଦାସ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ହସ୍ତତନ୍ତ ଫ୍ୟାସନ ସୋ ଏବଂ ଜିଓ ଟାଗ ବିଶିଷ୍ଟ ହସ୍ତତନ୍ତ ପ୍ରଦର୍ଶନୀର ଆୟୋଜନ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା । ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯିବା ସହ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପରିଶେଷରେ ଦେବେନ୍ଦ୍ର କୁମାର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar