ସମ୍ବଲପୁର: ସମ୍ବଲପୁର ଚିଡିଆଖାନାରେ ପରିବେଶ ସଚେତନତା ନେଇ ଗୋ ଗ୍ରୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହୀରାକୁଦ ୱାଇଲଡ ଲାଇଫ ଡିଏଫଓ ଅଂଶୁପ୍ରଜ୍ଞା ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଯୋଗ ଦେଇ ଗୋ ଗ୍ରୀନ – ସିମ୍ପଲି ଆଇଡିଆ ଫର୍ ଷ୍ଟୁଡେଣ୍ଟ ନେଇ ସଚେତନତା କରିଥିଲେ । ଏ ଅବସରରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ କିପରି ନିଜେ ଗୋ ଗ୍ରୀନ ନେଇ କିପରି ନିଜର ଯୋଗଦାନ ଦେଇ ପାରିବେ ସେ ନେଇ ଶ୍ରୀ ଶତପଥୀ ସଚେତନତା କରିଥିଲେ । ବନ୍ୟପ୍ରାଣୀ ବିଭାଗର କିଶୋର ମେହେର ଏବଂ କାର୍ଯ୍ୟକ୍ରମର ଅନ୍ୟତମ ସହଯୋଗୀ ମୋହିତ ନାଏକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!