ଅମ୍ବାଭୋନା: କେଦାରନାଥ କଳା-ସାହିଦ୍ୟ ସଂସଦ ଏବଂ ସମ୍ବାଦ ସାହିତ୍ୟ ଘର,ଅମ୍ବାଭୋନା ଶାଖାର ମିଳିତ ଆନୁକୁଲ୍ୟରେ କେଦାରନାଥ ମନ୍ଦିର ପ୍ରାଙ୍ଗଣରେ “ସ୍ୱଭାବ କବି ଗଙ୍ଗାଧର ମେହେର ସ୍ମୃତି ସମାରୋହ’ ଅନୁଷ୍ଠିତ ହୋଇଯାଇଛି । ସୀତାରାମ ରଥଙ୍କ ସଭାପତିତ୍ୱରେ ପ୍ରଥମ ପର୍ଯ୍ୟାୟ ସାହିତ୍ୟ ଆସରକୁ ସୁଲଳିତ ପାତ୍ର ସଂଯୋଜନା କରିଥିଲେ ।ଏ ଅବସରରେ ସୁଦ୍ରୁମା ପଣ୍ଡା, ଦୟାସାଗର ପଟେଲ, ମଙ୍ଗଳ ସିଂ ଗଣ୍ଡ, ବ୍ରହ୍ମଚାରୀ ବେହେରା, ସୋମନାଥ ବେହେରା, ଲୀଳାବତୀ ବେହେରା, ବୈଷ୍ଣବ ଭୋଇ ପ୍ରମୁଖ ସ୍ୱରଚନାବଳୀ ପାଠ କରିଥିଲେ । ଦ୍ୱିତୀୟ ଅଧିବେଶନ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ନରେନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଯୋଗଦାନ ପୂର୍ବକ ଗଙ୍ଗାଧର ମେହେର ସ୍ମୃତି \”ଆସ ଗଙ୍ଗାଧରଙ୍କୁ ପଢ଼ିବା’ ସମ୍ପର୍କରେ ଅନ୍ତର୍ନିହିତ ଭାବନାର ଏକ ହୃଦୟଗ୍ରାହୀ ଆଲୋକପାତ କରିଥିଲେ । ପରିଶେଷରେ ଭଟଲି ବରିଷ୍ଠ ନାଗରିକ କମିଟୀର ଜଗଦୀଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar