ଅମ୍ବାଭୋନା : ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ କେବଳ ସମାଜ ଓ ପରିବାରକୁ ନୁହେଁ ନିଜକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରିଥିଲେ । ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜ୍ଞାନ ଶିକ୍ଷକ ତଥା ଜୁନିଅର ରେଡକ୍ରସର ମାର୍ଗଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ଶପଥ ପାଠ କରାଇଥିଲେ । ବିଦ୍ୟାଳୟର ଇକୋ କ୍ଲବ, ଶକ୍ତି କ୍ଲବ , ବିଜ୍ଞାନ କ୍ଲବ ,ନେତାଜୀ ସ୍କାଉଟ ଓ ଜୁନିଅର ରେଡକ୍ରସର ସଦସ୍ୟଙ୍କ ସମେତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ, ରଞ୍ଜିତ ସାହୁ, ବୋଧରାମ ବିଶ୍ୱାଳ,ଅଙ୍କିତ ମହନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।