ବରଗଡ଼ : ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ଼ରେ ଗଣଦୃଷ୍ଟି ମିଡ଼ିଆ ଏବଂ ଯୁବ ରେଡ଼କ୍ରସ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ପାଠଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ବିଶ୍ୱବିମ୍ବିତା ରାଉତରାୟଙ୍କ ଅଧ୍ୟକ୍ଷତାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା : କାରଣ ଓ ନିରାକରଣ ପ୍ରସଙ୍ଗରେ ଅନୁଷ୍ଠିତ ଏହି ପାଠଶାଳାରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ପ୍ରବୀଣ କୁମାର ସାହୁ ଆଲୋଚକ ଭାବରେ ଯୋଗ ଦେଇ ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମାନସିକ ସମସ୍ୟା ଏବଂ ଏହାର ନିରାକରଣ ସଂପର୍କରେ ଆଲୋଚନା କରିଥିଲେ । ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ କଲେଜର ଛାତ୍ରୀ ମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପାର୍ବତୀଗିରି ମହିଳା କଲେଜ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରଶେଖର ବାଗ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ମହିଳା କଲେଜର ଯୁକ୍ତ ତିନି ଛାତ୍ରୀ ଦୁଲାରି ପଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଗଣଦୃଷ୍ଟିର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ବିଶ୍ୱାଳ ସ୍ୱାଗତ ଭାଷଣ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସରୋଜ କୁମାର ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ ଏବଂ ଯୁବ ରେଡ଼କ୍ରସର ପରିଷଦ ସଦସ୍ୟା ଅଧ୍ୟାପିକା ବିନୋଦିନୀ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar