ବରଗଡ଼ : ବରଗଡ ସ୍ଥିତ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍ ଡି.ମୁରଲୀ କ୍ରିଷ୍ଣା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ପ୍ୟାରେଡ୍‌, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବେଶରେ ସଜ୍ଜିତ ହୋଇ ସାରସ୍ୱତ ପରିବେଶକୁ ବର୍ଣ୍ଣାଢ୍ୟ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ଶ୍ରେଷ୍ଠ ପ୍ୟାରେଡ୍ ଯଥା କନିଷ୍ଠରେ ବାଳକ ବିଭାଗ, ସେକେଣ୍ଡାରୀରେ ଚାରିଗୋଟି ସଦନ ମଧ୍ୟରୁ ନାଇଟ୍‌ହକ୍‌ସ୍‌, ବରିଷ୍ଠ ବିଭାଗରେ ସିବିଏସ୍‌ଇ ଓ ସିଏଚ୍‌ଏସ୍‌ଇର ଛାତ୍ରୀମାନେ ଶ୍ରେଷ୍ଠ ମନୋନୀତ ହୋଇଥିବା ଘୋଷଣା କରିଥିଲେ ।

ସମଗ୍ର କାର୍ଯ୍ୟକ୍ରମଟି ବିକାଶ ଆବାସିକ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ବିଦ୍ୟାଳୟର ବିଭିନ୍ନ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଟ୍ରଷ୍ଟି ଶ୍ରୀମତୀ ଡି.ରାମ ତୁଳସୀ, ଆବାସିକ ବିଦ୍ୟାଳୟର ସିନିୟର୍ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏଡ୍‌ମିନିଷ୍ଟ୍ରେଟିଭ୍ ଅଫିସର୍ ଏସ୍‌. କାନ୍ତା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar