ବରଗଡ଼ : ରୋଟାରୀ ପବ୍ଳିକ ସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପରିପେକ୍ଷୀରେ ସ୍ୱର୍ଗତ ରୋଟାରୀଆନ୍ ସୁବୋଧ ଚନ୍ଦ୍ର ମହାନ୍ତି ସ୍ମାରକୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଚେୟାର୍‌ମ୍ୟାନ୍ ରୋଟାରୀଆନ୍ ସୁରେଶ କେଜ୍ରିୱାଲ୍‌, ରୋଟାରୀଆନ୍ ମନୀଷ ମହାନ୍ତି ତଥା ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର ଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବରଗଡ ଜିଲ୍ଲାର ବିଭିନ୍ନ ସରକାରୀ ତଥା ବେସରକାରୀ ବିଦ୍ୟାଳୟର ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଚିତ୍ରଶିଳ୍ପୀ ଧରଣୀଧର ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ସାହୁ, ଶିକ୍ଷୟିତ୍ରୀ ସୁଚିସ୍ମିତା ମିଶ୍ର ଓ ନିକିତା ମହାପାତ୍ର ସହଯୋଗ କରିଥିଲେ । ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published.

error: Content is protected !!