ଅତାବିରା : ରବିବାର ଦେବାହାଲ ସ୍ଥିତ ସେବାଶ୍ରମ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବାଶ୍ରମର ଭାରପ୍ରାପ୍ତ ପ୍ରଧାନ ସେବିକା ବିଜଲୀ ବାଗଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସର ଏବଂ ଏହାର ଆଖପାଖ ସ୍ଥାନରେ ବୃକ୍ଷରୋପଣ କରିଥିଲେ । ସେବାଶ୍ରମର ମୋ ସ୍କୁଲ ଅଧ୍ୟକ୍ଷ କାଶୀଶ୍ୱର ବେହେରା ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଉପକାରିତା ବିଷୟରେ ବୁଝାଇଥିଲେ । ରବିବାର ସତ୍ୱେ ଛାତ୍ରଛାତ୍ରୀ ଗଣବେଶ ପରିଧାନ କରି ଏହି କାର୍ଯ୍ୟକ୍ରମର ମାନ ବଢ଼ାଇଥିଲେ । ମୋ ସ୍କୁଲ ଅଭିଯାନ ପକ୍ଷରୁ ବିନୟ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଦ୍ୱାରା ଲଗାଯାଇଥିବା ଗଛର ଯତ୍ନ ନେବା ପାଇଁ ପ୍ରତିଜ୍ଞା କରାଇଥିଲେ । ହୀରାକୁଦ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷିକା ପ୍ରଜ୍ଞା ସାହୁ, ଦେବାହାଲ ଗ୍ରାମର ଅରୁଣ ପ୍ରଧାନ, ନିତିନ ଭୁଏ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!