ବରଗଡ : ନାଟକର ଭାଷା ନ ଥାଏ , ନାଟକ ଦର୍ଶକଙ୍କ ବୋଧଗମ୍ୟ ହେବା ହିଁ ସେହି ନାଟକର ସଫଳତା ବୋଲି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ଠାରେ ବିଶିଷ୍ଟ ଲେଖକ , ନାଟ୍ୟକାର, କବି ମନୋରଞ୍ଜନ ସାହୁଙ୍କ ‘ଷଟ ନାଟିକା’ ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ନାଟ୍ୟ ଭୁଷଣ ଜଗଦାନନ୍ଦ ଛୁରିଆ କହିଛନ୍ତି । ଗାନ୍ଧୀ ସ୍ମୃତି ପାଠାଗାରର ପୁର୍ବତନ ସଭାପତି ଅରୁଣ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ମୁଖ୍ୟଅତିଥି ଭାବରେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରିଥିଲେ । ପାଠାଗାରର ସଭାପତି ବିମ୍ବାଧର କୁଁଅର ,ଅଭିନେତ୍ରୀ ତପସ୍ୱିନୀ ଗୁରୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଅଧ୍ୟାପକ ମୋହନ ସାହୁ ଅତିଥି ପରିଚୟ ଏବଂ ପାଠାଗାରର ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!