ଭଟଲି: ବୁଧବାର ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ପ୍ରଭୁ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ଏଥିପାଇଁ ପ୍ରତ୍ୟୁଷରୁ ମହାପ୍ରଭୁଙ୍କୁ ଦୈନିକ ପୂଜନୀତି, ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି ଠାରୁ ଆରମ୍ଭ ହୋଇ ସକାଳ ଧୂପନୀତି ଶେଷହେବା ପରେ ଶ୍ରୀଜୀଉଙ୍କୁ ସୁନାବେଶ କରାଯାଇଥିଲା । ମହାପ୍ରଭୁଙ୍କୁ ମିଶ୍ରିତ ସୁନା ମୁକୁଟ, ସୁନା ଭୁଜ, ସୁନା ପଇତା, ସୁନା ଲଲାଟ ପାଟି, ସୁନା ମଥାମଣି ବିଭିନ୍ନ ପ୍ରକାରର ସୁନାଟିକିଲି ଓ ସୁନାଚିତା ଲାଗି କରାଯାଇଛି । ପ୍ରଭୁ ବର୍ଷକରେ ପାଞ୍ଚଥର ସୁନାବେଶ ହେଉଥିଲେ ସୁଦ୍ଧା ଏହି ବାହୁଡ଼ାଯାତ୍ରାର ପରଦିନ ତଥା ଏକାଦଶୀ ତିଥିର ସୁନାବେଶର ବିଶେଷ ମାହାତ୍ମ୍ୟ ରହିଥିବାରୁ ଏହି ବେଶ ଦର୍ଶନ ସକାଶେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar