ପଦ୍ମପୁର : ପଦ୍ମପୁର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସହଯୋଗ’ର ପ୍ରଥମ ବାର୍ଷିକ ପାଳିତ ହୋଇଯାଇଛି । ଏ ଅବସରରେ ଅନୁଷ୍ଠାନ ତରଫରୁ ସାମାଜିକ କର୍ମୀ ତଥା ବିଭିନ୍ନ ଅନୁଷ୍ଠାନ ସମ୍ବର୍ଦ୍ଧିତ କରାଯାଇଥିଲା । ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତଅତିଥି ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଥାନା ଅଧିକାରୀ ମମତା ନାଏକ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଆଶୁତୋଷ ହୋତା ପ୍ରମୁଖ ଯୋଗ ଦେଇ ସମାଜରେ ସହଯୋଗ ସେବା ମନୋଭାବ ନେଇ ସବୁ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ନେଇ ଆଗକୁ ବଢିଥାଉ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମାଜସେବୀ ନିରୋଜ ଦୋରା, ନିରାକାର ପ୍ରଧାନ, ଦ୍ରୋଣ ବେହେରା, ସୌଭାଗ୍ୟ ପ୍ରଧାନ, ତେଜେନ୍ଦର ସିଂ, କିଶୋର ପରିଡାଙ୍କ ସହ ପଦ୍ମପୁର ଲୟନ୍ସ କ୍ଳବ, ମାରୱାଡି ଯୁବାମଞ୍ଚ, ମହିଳା ସମିତି , ମାରୱାଡି ସମାଜ, ଆଶା ଓ ସତ୍କାର, ଆଶା ଫାଉଣ୍ଡେସନ, ନାଗରିକ କମିଟି, ଶୀତଳ ଷଷ୍ଠୀ କମିଟି, କାଳୀ ମନ୍ଦିର ପୂଜା କମିଟି, ବରଗଡ଼ ନିଷ୍ଠା ପରିବାର ଆଦି ସାମାଜିକ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ମୌସମ ପାଗୋଡା ଅତିଥି ପରିଚୟ ପ୍ରଦାନ  କରିଥିଲେ । ଏ ଅବସରରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar