ଝାରବନ୍ଧ : ଶୁକ୍ରବାର ଝାରବନ୍ଧ ବ୍ଲକ ସାମ୍ବାଦିକ ଭବନ ଲୋକାର୍ପିତ ହୋଇଯାଇଛି । ସାମ୍ବାଦିକ ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବନିର୍ମିତ ସାମ୍ବାଦିକ ଭବନକୁ ଉଦଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷା ଲିପସା ପ୍ରଧାନ,ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ(ଜାଵ) ର ସମ୍ପାଦକ ଯୁଧିଷ୍ଠିର ମହାପାତ୍ର,ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼ ଶତପଥୀ,ଶୁଭମ ପତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।

ଜିଲ୍ଲାର ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଯୋଗଦାନ କରି ଝାରବନ୍ଧ ବ୍ଲକ ସାମ୍ବାଦିକ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସାମ୍ବାଦିକ କୌଶିକ ସାହୁ , ଦେବେନ୍ଦ୍ର ସାହୁ, ନକୁଳ ସାହୁ, ମନୋହର ଦାସ, ଶିବପ୍ରସାଦ ପଟେଲ, ପ୍ରଦୀପ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!