ବରଗଡ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ କେରଳ ରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ଆଇଏଏମ ସମ୍ବଲପୁର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ  ପ୍ରଫେସର ଭାରତୀ ଗଣେଷନ ଆର୍ , ରେଶମୀ ଓ, ଦିଲସା ଦୟାନନ୍ଦ ଏମ , ପ୍ରଫେସର ସତ୍ୟନନ୍ଦ ପଣ୍ଡା ଏବଂ ଆକାଶ ସାଗରଙ୍କ ନେତୃତ୍ୱରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଇମ୍ପରିୟଲ କଲେଜ ତରଫରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିବା ବେଳେ କଲେଜର ଗେଟ ସମ୍ମୁଖରେ ଫୁଲ ଚନ୍ଦନ ସହ ସଂକୀର୍ତ୍ତନ୍ୟ , ଘୁଡକା ନୃତ୍ୟର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ଏ ଅବସରରେ ସେମାନଙ୍କୁ ଇମ୍ପରିୟଲ କଲେଜ ପରିଦର୍ଶନ କରାଯିବା ସହ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା । ପଶ୍ଚିମ ଓଡିଶାର ଚାଉଲ ବରା ସହ ମୁରି ଲଡୁ ଆଦି ବିଭିନ୍ନ ପାରମ୍ପରିକ ଖାଦ୍ୟ ଖାଇବାକୁ ଦିଆଯାଇଥିଲା । କଲେଜ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବଂଶୀ ବାଦନ , ସମ୍ବଲପୁରୀ ନୃତ୍ୟ , ଘୁଡକା ନୃତ୍ୟ ଆଦି ପରିବେଷିତ ହୋଇଥିଲା  ।  ସେହିପରି ଭାରତର ବିଭିନ୍ନ ରାଜ୍ୟକୁ ନେଇ ଫେସନ ସୋ ସହ ବରଗଡ଼ ଧନୁଯାତ୍ରାର ମହାରାଜ କଂସ ହୃଷିକେଶ ଭୋଇଙ୍କ ଦ୍ୱାରା କଂସ ଦରବାର ଆୟୋଜିତ ହୋଇଥିଲା । ଏ ଅବସରରେ ଛାତ୍ରୀ ଶେଫାଳୀ ମେହେରଙ୍କ ଦ୍ୱାରା ପରିବେଷିତ ରଙ୍ଗବତୀ ଗୀତର ତାଳେ ତାଳେ କେରଳରୁ ଆସିଥିବା ଛାତ୍ରଛାତ୍ରୀମାନେ ଝୁମି ଉଠିଥିଲେ । କଲେଜର ଛାତ୍ରୀ ଅନିଶା ରୁନହଲା ଏବଂ  ଶିବାନୀ ସାହୁ ଫେସନ ସୋ କୁ ସଂଯୋଜନା କରିଥିଲେ ।

ପରେ ପରେ କେରଲର ଛାତ୍ରଛାତ୍ରୀମାନେ ଇଥାନଲ କାରଖାନା, ରାଇସ ମିଲ , ଶ୍ୟାମ ବାବା ମନ୍ଦିର, ସମ୍ବଲପୁରୀ ବାନ୍ଧକଳା ଆଦି ପରିଦର୍ଶନ କରି ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ପୀଠ ବାରବଖରା ପରିଦର୍ଶନ କରିଥିଲୋ  ।ସେଠାରେ ଥିବା ମିଶନ ଶକ୍ତ କାଫେରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ଏବଂ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!