ବରଗଡ଼ : ମାହେଶ୍ୱରୀ ନର୍ସିଂ କଲେଜ ତରଫରୁ ବିଶ୍ୱ ଏଡସ ଦିବସ ଅବସରରେ ଏକ ଜନସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଲିକୁ କଲେଜର ଡାଇରେକ୍ଟର ଫକୀର କର୍ଣ୍ଣ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରାଲି କଲେଜରୁ ବାହାରି ଭଟଲି ଛକ ଦେଇ ସହର ପରିକ୍ରମା ପୂର୍ବକ ହସପିଟାଲକୁ ପହଞ୍ଚିଥିଲା ।

ସେଠାରେ ଏଡସ ବିଷୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ପ୍ରିନସିପାଲ ସୁନିତାରାଣୀ ବାଗ, ଅଧ୍ୟାପକ ଡା.ଅରୁପାନନ୍ଦ ସାହୁ , ପ୍ରକାଶ ବେହେରା, ଡି ଗ୍ଲୋରୀ, ଅରୁଣା କିସାନ, ଜାଗୃତି ଦିସ୍ରୀ, ଭରତ ପ୍ରଧାନ, ମୌସୁମୀ ବାଗ, ଶୁଭମ ଷଡଙ୍ଗୀ ଙ୍କ ସମେତ କଲେଜର କର୍ମଚାରୀ , ସମସ୍ତ ଛାତ୍ରଛାତ୍ରୀ ରାଲିରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.

error: Content is protected !!