ବରଗଡ଼ : ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟରେ ଏକ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ଦଧିବାମନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିୟ୍ର ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଯୋଗ ଦେଇ ସକରାତ୍ମକ ଚିନ୍ତାଧାରାର ବିକାଶ ସହ ସଫଳତାର ସୂତ୍ର ବିଷୟରେ ବିଶଦ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

କଲେଜ ଜୀବନରୁ ନିଜକୁ ଶୃଙ୍ଖଳିତ କରିବା ସହ ସକରାତ୍ମକ ଚିନ୍ତାଧାରା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାର୍ଯ୍ୟରେ ମନୋନିଯୋଗ କଲେ ପରବର୍ତି ଜୀବନରେ ଏକ ସଫଳ ବ୍ୟକ୍ତିତ୍ୱ ସୃଷ୍ଟି କରିବାରେ ଏହା ସହାୟକ ହେବ ବୋଲି କହିଥିଲେ । କଲେଜର ଅଧ୍ୟକ୍ଷ ଶ୍ରୀ ଦାଶ ନିଜର ଅଭିଭାଷଣରେ କଲେଜ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହ ଭବିଷ୍ୟତରେ ମଧ୍ୟ ଛାତ୍ରୀମାନଙ୍କ ପାଇଁ ଏହି ଧରଣର ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ । ଅଧ୍ୟାପକ ତୁଷାରକାନ୍ତ ତ୍ରିପାଠି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଡ.ରୀନା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar