ବରଗଡ଼ : ସର୍ବଭାରତୀୟ ମିଡିଆ ସେମିନାରରେ ବରଗଡ଼ରୁ ଆର୍ନ୍ତଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଯୋଗ ଦେଇ ସାମ୍ବାଦିକତାର ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପୁରୀର ଜିଆରସି ଠାରେ ବ୍ରହ୍ମାକୁମାରୀ ମିଡିଆ ପ୍ରଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ବହୁ ସଦସ୍ୟ ଯୋଗ ଦେଇଥିଲେ । ତିନି ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟନୀ ଉତ୍ସବରେ ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁୂଳପତି ଡ.ହରେକୃଷ୍ଣ ହୋତା , ପୁରୀ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଲାସପୁର ଏଡିଏମ ହରିଶ କୁମାର ପାଠକ ଓ ଜୟ ପ୍ରକାଶ ଶତପଥୀ ଅତିଥି ଭାବରେ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ ।

ଏହାପରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଶ୍ରୀ ଶତପଥୀ ସମ୍ବାଦ ଲେଖନୀ, ପ୍ରେସ କନଫେରେନ୍ସ ଓ ପ୍ରେସ ସାକ୍ଷାତକାର ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ପାଓନିୟର ଖବର କାଗଜର ଭୁବନେଶ୍ୱରର ସ୍ୱତନ୍ତ୍ର ପ୍ରତିନିଧି ବିଜୟ ମିଶ୍ର କୃତ୍ରିମ ବୃଦ୍ଧିମତା ଓ ଖବର ଲେଖନୀରେ ଏହାର ପ୍ରୟୋଗ ବିଷୟରେ ବିଶଦ ସୂଚନା ପ୍ରଦାନ କରିଥିଲେ । ବ୍ରହ୍ମାକୁମାରୀ ମାଉଣ୍ଟ ଆବୁ ଶାଖାର ଜାତୀୟ ସଂଯୋଜକ ଶାନ୍ତନୁ ପ୍ରହରାଜଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ଅନ୍ୟ ସ୍ଥାନର ଜାତୀୟ ସଂଯୋଜକମାନେ ମଧ୍ୟ ଯୋଗଦେଇଥିଲେ । ଉପସ୍ଥିତ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ସହ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସାରା ଦେଶରୁ ମିଡିଆ ପ୍ରଭାଗର ଶତାଧିକ ସଦସ୍ୟ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar