ବରଗଡ଼ : ସ୍ଥାନୀୟ ରୋଟାରୀ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପରୀକ୍ଷା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଡେମିକ ଚେୟାରମେନ ରୋଟାରିଆନ ଗୋବିନ୍ଦ ଦାଶ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଆର୍ନ୍ତଜାତୀୟ ମାନ୍ୟତା ପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପ୍ରସ୍ତୁତି ସଂପର୍କରେ ବିଶଦ ସୂଚନା ପ୍ରଦାନ କରିିଥିଲେ । ପରୀକ୍ଷା ପାଇଁ ବର୍ଷ ଆରମ୍ଭରୁ ପ୍ରସ୍ତୁତି କଲେ ଶେଷ ସମୟରେ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ଏହାଛଡା ପରୀକ୍ଷା ସମୟରେ ମାନସିକ ଚାପରୁ ବାହାରି ସନ୍ତୁଳିତ ମସ୍ତିଷ୍କରେ କିପରି ଏହାକୁ ସାମନା କରିବାକୁ ପଡିବ ସେ ବିଷୟରେ ବିଭିନ୍ନ ସୋପାନରେ ସେ ନିଜର ତାଳିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ନବମ ଓ ଏକାଦଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସନ୍ତା ୧୫ ମାସ ସେମାନେ କିପରି ନିଜକୁ ପ୍ରସ୍ତୁତ କରିବେ ସେ ବିଷୟରେ ବିଶଦ ସୂଚନା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar