ବରଗଡ଼ : ସ୍ଥାନୀୟ ସଂସ୍କାର ଇଣ୍ଟରନେସନାଲ ସ୍କୁଲଠାରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସଫ୍ଟସ୍କିଲ ଶିକ୍ଷା ସେମିନାର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଡିଓ ଭିଜୁଆଲ ସଭାଗୃହଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ କରଣ ସାହୁ ସଭାପତିତ୍ୱ କରିଥିଲେ । ସ୍କୁଲର ନିର୍ଦ୍ଦେଶକ ଅଜିତ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶିକ୍ଷୟିତ୍ରୀ ନେହା ଶର୍ମା କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଆର୍ନ୍ତଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀଙ୍କ ବିଷୟରେ ସୂଚନା ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟବକ୍ତା ଶ୍ରୀ ଶତପଥୀ ପିଲାମାନଙ୍କୁ ଶିକ୍ଷାର ବିଭିନ୍ନ ଦିଗ ଓ ପରୀକ୍ଷା ସଂପର୍କୀୟ ପ୍ରସ୍ତୁତି ବିଷୟରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଏହାଛଡା ସେ ନିଜର ନିକଟରେ ପ୍ରକାଶିତ ପୁସ୍ତକ ସପ୍ଟସ୍କିଲ ଫର୍ ବିଗିନର ସ୍କୁଲ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । କଲେଜର ଚେୟାରମେନ ସୁମନ ସାୱଡିଆଙ୍କ ତତ୍ୱାବଧାନରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଭାଇସ ପ୍ରିନସିପାଲ ସଂଗୀତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଭବିଷ୍ୟତରେ ସ୍କୁଲରେ ଏହି ଧରଣର କାର୍ଯ୍ୟକ୍ରମ ନିୟମିତ ଭାବରେ କରାଯିବ ବୋଲି ଶ୍ରୀ ସାୱଡିଆ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar