ବରଗଡ଼ : ନିକଟରେ ପ୍ରକାଶିତ ବିଏସସି ନର୍ସିଂ ପରୀକ୍ଷାର ଚତୁର୍ଥ  ସେମିଷ୍ଟାର ଫଳାଫଳରେ ସ୍ଥାନୀୟ ମାହେଶ୍ୱରୀ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଉଲ୍ଳେଖନୀୟ ସଫଳତା ହାସଲ କରିଛନ୍ତି । ଏହି କଲେଜର ଛାତ୍ରୀ ଜୟା ମୁନା ୧୦ ଏସଜିପିଏ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ୧୬ ଜଣ ଛାତ୍ରଛାତ୍ରୀ ମଧ୍ୟ ୯ ଏସଜିପିଏରୁ ଅଧିକ ମାର୍କ ରଖିଛନ୍ତି  । । ଏଠାରେ ଉଲ୍ଳେଖଯୋଗ୍ୟ ଯେ ମାହେଶ୍ୱରୀ ଗୃପ ଅଫ ଇନଷ୍ଟିଚ୍ୟୁସନ ଅଧିନରେ ଥିବା ରାଉରକେଲା ସିନିୟର ନର୍ସିଂ କଲେଜର ୪ ଜଣ ଛାତ୍ରଛାତ୍ରୀ ୧୦ ସିଜିପିଏରୁ ଅଧିକ ମାର୍କ ରଖିଛନ୍ତି । ଛାତ୍ରଛାତ୍ରୀମାନଙ୍କ ସଫଳତା ପାଇଁ କଲେଜର ଚେୟାରମେନ ଫକୀର କର୍ଣ୍ଣ , ସଂପାଦିକା ସନ୍ତୋଷିନୀ କର୍ଣ୍ଣ ଓ ଅଧ୍ୟକ୍ଷା ସୁନିତା ବାଗ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published.

error: Content is protected !!