ବରଗଡ଼ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାରସ୍ଥିତ  ଇମ୍ପେରିଆଲ କଲେଜର ଦ୍ଵିତୀୟ ସେମିଷ୍ଟାରରେ ଦଶ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ ଦୁର୍ଗା ମହାଲକ୍ଷ୍ମୀ ଏଵଂ ପ୍ରିୟଙ୍କା ଶୁଭଦର୍ଶୀନୀ ଦୋରା ୮.୮୨ ଏସଜିପିଏ, ଦ୍ଵିତୀୟ ସ୍ଥାନରେ ଶୁଭମ ସାହୁ ୮.୫୫ ଏସଜିପିଏ, ଚତୁର୍ଥ ସ୍ଥାନରେ ଆକାଂକ୍ଷା ବେହେରା ୮.୨୭ ଏସଜିପିଏ, ପଞ୍ଚମ ସ୍ଥାନରେ ସୁରଜ ମେହେର ୮.୯ ଏସଜିପିଏ, ସପ୍ତମ ସ୍ଥାନରେ ରମନଜିତ୍ କୋର୍ ୭.୯୧ ଏସଜିପିଏ, ଅଷ୍ଟମ ସ୍ଥାନରେ ଆଶିଷ ଅଗରୱାଲ୍ ଏଵଂ ବର୍ଷା ଅଗରୱାଲ୍ ୭.୮୨ ଏସଜିପିଏ, ଦଶମ ସ୍ଥାନରେ କମଲକାନ୍ତ ସ୍ୱାଇଁ ଏବଂ ଶେକ୍ ସାହିଲ୍ ୭.୬୪ ଏସଜିପିଏ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହି ସଫଳତା ପାଇଁ କଲେଜ ନିର୍ଦ୍ଦେଶକ ଦୀପକ ଗୋୟଲ୍, ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ  ଏଵଂ ଅଧ୍ୟାପକ ଓ ଅଧ୍ୟାପିକାମାନେ  ଅଭିନନ୍ଦନ ଜଣାଇଛନ୍ତି।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar