ବରଗଡ଼ : ବରଗଡ଼ ଏଇଏମ ସ୍କୁଲରେ ଦୁଇ ସପ୍ତାହ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଆୟୋଜିତ ସଭାକୁ ସ୍କୁଲର ଚେୟାରମେନ ଯଶବୀର ସିଂ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ ଓ ଆର୍ନ୍ତଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବା ସହ ପୁରସ୍କାର ବଣ୍ଟନ କରିଥିଲେ । ଏହି ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟ , ଆବାକସ , କରାଟୋ, ଚିତ୍ରକଳା ସମେତ ବହୁ ବିଷୟରେ ଅଭିଜ୍ଞ ଶିକ୍ଷକମାନେ  ଶିକ୍ଷାଦାନ କରିଥିଲେ  । ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ତଥା ଟ୍ରଷ୍ଟି ପ୍ରଦୀପ ମିଶ୍ର ଓ ମନୋରଞ୍ଜନ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

Leave a Reply

Your email address will not be published.

error: Content is protected !!