ବରଗଡ଼ : ସେବା ହିଁ ମନୁଷ୍ୟ ଜୀବନର ମୂଳମନ୍ତ୍ର ଏବଂ ନର୍ସିଂକୁ ନିଜର କେରିୟର ଭାବେ ବାଛୁଥିବା ଛାତ୍ରଛାତ୍ରୀମାନେ ଏହାକୁ ସାକାର କରିବା ପାଇଁ ସବୁଠାରୁ ଅଧିକ ସହଯୋଗ ଦେଇପାରିବେ ବୋଲି ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକ ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ . ବିଧୁଭୂଷଣ ମିଶ୍ର ନିଜର ଉଦବୋଧନରେ ମତପ୍ରକାଶ କରିଛନ୍ତି । ନର୍ସିଂ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ସୁନିତା ରାଣୀ ବାଗ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.ବିଧୁଭୂଷଣ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରଗଡ଼ର ଅତିରିକ୍ତ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାଧୁଚରଣ ଦାଶ ଓ ଟିିଟିଲାଗଡ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ ଓ ଆର୍ନ୍ତଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମାହେଶ୍ୱରୀ ନର୍ସିଂ କଲେଜର ଚେୟାରମେନ ଫକିର କଣ୍ଣ ଓ ସଂପାଦିକା ସନ୍ତୋଷିନୀ କର୍ଣ୍ଣ ଅତିଥି ମାନଙ୍କୁ ଉପଢ଼ୋକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ନର୍ସିଂ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାଛାଡା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମାନଙ୍କର ପୁରସ୍କାର ମଧ୍ୟ ଅତିଥିମାନେ ବଣ୍ଟନ କରିଥିଲେ । ଶେଷରେ ଡାକ୍ତର ଅରୁପାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ମିସ ଓ.ଗ୍ଲୋରୀ , ପ୍ରକାଶ ଦତ୍ତ ବେହେରା ଓ ଜାଗୃତି ଦିଶ୍ରୀ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!