ବରଗଡ : ରୋଟାରୀ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ସ୍ଥାନୀୟ ସିନ୍ଧୁ ଭବନ ଠାରେ ମାଗଣା ଫିଜିଓ ଥେରାପି ଚିକିତ୍ସା ଶିବିର ଶନିବାର ଉଦ୍ଘାଟିତ ହୋଇ ଯାଇଛି । ରୋଟାରୀ କ୍ଲବ ଅଫ ବରଗଡ଼ ସେଣ୍ଟ୍ରାଲ ସଭାପତି ଅମିତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଘାଟନୀ ସମାରୋହରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରୋଟାରୀ କ୍ଲବର ଏହି ଉଦ୍ୟମ କୁ ପ୍ରଶଂସା କରିଥିଲେ ।ସମ୍ପାଦକ ଦିନେଶ ଲାଠ,ପ୍ରମୋଦ ଅଗ୍ରୱାଲ, ଆଶିଷ ଅଗ୍ରୱାଲ, ସୁମନ ସାୱଡିଆ ସନ୍ଦୀପ ସାୱଡ଼ିଆ ,ସଞ୍ଜୀବ ଅଗ୍ରୱାଲ ,ସିଦ୍ଧାର୍ଥ ଶାସ୍ତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରି ପରିଚାଳନା କରିଥିଲେ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ଏହି ଶିବିର ରେ ଶତାଧିକ ହିତାଧିକାରୀ ପଞ୍ଜୀକୃତ ହୋଇ ଥିବା ବେଳେ ଶିବିର ରୁ ସମସ୍ତ ସୁଯୋଗ ପାଇ ପାରିବେ ବୋଲି ଅଧ୍ୟକ୍ଷ ଅମିତ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar