ବରଗଡ଼ : ମାହେଶ୍ୱରୀ ନର୍ସିଂ କଲେଜ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ପୁରୋହିତ ଜେନେରାଲ ହସପିଟାଲର ଏମଡି ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରାମକୃଷ୍ଣ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଶୁଙ୍ଖଳିତ , ଦୁର୍ନିତୀମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉଲ୍ଳେଖ କରିଥିଲେ ଏବଂଏହା ହିଁ ସ୍ୱାଧୀନତା ସଂଗ୍ରାମୀ ତଥା ସହିଦମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ବୋଲି ମତବ୍ୟକ୍ତ କରିଥିଲେ । ମାହେଶ୍ୱରୀ ନର୍ସିଂ କଲେଜର ସଂପାଦିକା ସନ୍ତୋଷିନୀ କର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ ଦେଶର ଗୋଟିଏ ଉତ୍ତମ ନାଗରିକ ହେବାପାଇଁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷା ସୁନିତାରାଣୀ ବାଗ, ଅଧ୍ୟାପକ ଡାକ୍ତର ଅରୂପାନନ୍ଦ ସାହୁ ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar