ବରଗଡ଼ : ସାରା ଦେଶରେ ଗୁଗୁଲବୟ ନାମରେ ଖ୍ୟାତି ଲାଭ କରିଥିବା ତଥା ଅମିତାବ ବଚ୍ଚନଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ କୌନ ବନେଗା କରୋଡପତି’ରେ ଭାଗ ନେଇଥିବା ବିସ୍ମୟ ବାଳକ ଆଠ ବର୍ଷିୟା ବିରାଟ ଆୟର ଆଜି ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜରେ ପହଞ୍ଚି ବରଗଡ଼ ଓ ଆଖପାଖ ଅଞ୍ଚଳର ଶହ ଶହ ଛାତ୍ରଛାତ୍ରୀଙ୍କ ମତ ବିନିମୟ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଳକ ବିରାଟଙ୍କ ପରିଚୟ ପ୍ରଦାନ ପରେ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନେ ତାଙ୍କର ଜୀବନ ଶୈଳୀ ଓ ଅନ୍ୟ ବହୁ ବିଷୟରେ ପ୍ରଶ୍ନ ପଚାରିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିସ୍ମୟ ବାଳକ ବିରାଟ ତାଙ୍କ ଜୀବନରେ ମୋବାଇଲ କମ ବ୍ୟବହାର କରୁଥିବା ସୂଚନା ଦେଇଥିଲେ ।

କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଓ ଅଧ୍ୟାପିକା ହରିପ୍ରିୟା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ତାଙ୍କୁ ଏକ ଫଟୋଚିତ୍ର ଓ ଉପହାର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଟଲି ଶାନ୍ତି ସରକାରୀ ବାଳିକା ୟୁପି ସ୍କୁଲ, ସଂସ୍କାର ଇଣ୍ଟରନେସନାଲ ସ୍କୁଲ, ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟ, ଚଢ଼େଇଗାଁ ସ୍କୁଲ , ତେଜାଗୋଲା ସରକାରୀ ୟୁପି ସ୍କୁଲ, ଉର୍ଦ୍ଦୁନା ସରକାରୀ ୟୁପି ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କର୍ଲାଜୋରୀ, ଟୁକୁର୍ଲା ୟୁପି ସ୍କୁଲ  ଏବଂ ରୋଟାରୀ ପବ୍ଳିକ ସ୍କୁଲ ବରଗଡ଼ର ଛାତ୍ରଛାତ୍ରୀ  ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar