ବରଗଡ଼ : ବରଗଡ଼ ଜିଲ୍ଳା ପରିଷଦ ସଭା ଗୃହଠାରେ ପିଏମ ବିଶ୍ୱକର୍ମା ଯୋଜନା ସମ୍ବନ୍ଧରେ ଏକ ସଚେତନତା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କଟକ ସ୍ଥିତ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଳାପାଳ ମୋନିଷା ବାନାର୍ଜି ଏହାକୁ ଉଦଘାଟନ କରିଥିଲେ । କଟକର ସହ ନିର୍ଦ୍ଦେଶକ ଦୁର୍ଗା ଚରଣ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳିକା ସୁଷମା କରାଲି , ଜିଲ୍ଳା ଅଗ୍ରଣୀ ବ୍ୟାଙ୍କର ପ୍ରବନ୍ଧକ ମହେଶ୍ୱର ସାହୁ , ଉପନିର୍ଦ୍ଦେଶକ ହସ୍ତଶିଳ୍ପ ବିଭାଗ ଟ୍ୱିଙ୍କଲ ସୋରେନ , ଜନସେବା କେନ୍ଦ୍ରର ଜିଲ୍ଳା ପ୍ରବନ୍ଧକ ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ ବରଗଡ଼ ଜିଲ୍ଳାର ବିଭିନ୍ନ ଧନ୍ଦାରେ ନିୟୋଜିତ ପ୍ରାୟ ୨୨୦ ଜଣ ଲାଭାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar