ବରଗଡ଼ : ସ୍ଥାନୀୟ ଭଟଲି ରୋଡ ସ୍ଥିତ ନିରାଞ୍ଜନାନନ୍ଦ ଯୋଗାଶ୍ରମରେ ବିଶ୍ୱ ଯୋଗ ଦିବସ ଅବସରରେ ଏହି ସଂସ୍ଥାର ସଦସ୍ୟ ଓ ଲାୟନ୍ସ କ୍ଳବ ବରଗଡ଼ର ମିଳିତ ସହଯୋଗରେ ବିଭିନ୍ନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଆସନ ଓ ପ୍ରାଣାୟନର ଶିକ୍ଷା ସହ ସତସଙ୍ଗର କାଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ନିରଞ୍ଜନାନନ୍ଦ ଯୋଗ ସଂସ୍ଥା ପକ୍ଷରୁ ରାଜୀବ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁରେଶ କେଜରିୱାଲ ଯୋଗର ମହତ୍ୱ ଉପରେ ବିହାର ସ୍କୁଲ ଅଫ୍ ଯୋଗ ମୁଙ୍ଗେରରୁ ଆସିଥିବା ବାର୍ତା ପାଠ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାୟନ୍ସ କ୍ଳବ ବରଗଡ଼ ଶାଖାର ସଭାପତି କିଶନ ଅଗ୍ରୱାଲ ଓ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!