ଭଟଲି : ପଶ୍ଚିମାଞ୍ଚଲ ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ପୀଠରେ ପବିତ୍ର ଦେବସ୍ନାନ ପୁର୍ଣିମା  ଅନୁଷ୍ଠିତ ହୋଇଯାଇଛି l  ଶନିବାର ପ୍ରାତଃ ସମୟରେ ମନ୍ଦିର ସେବକଙ୍କ ଦ୍ୱାରା ଶୁଭ ଶଙ୍ଖ ନାଦ କରି ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ପହଡଭଙ୍ଗ ନୀତି, ଦ୍ୱାର ଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ବଳନ, ସୂର୍ଯ୍ୟ ପୂଜା, ଅବକାଶ ନୀତି, ବେଶ ପରିବର୍ତ୍ତନ, ଗୋପାଳ ବଲ୍ଲଭ ଭୋଗ, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଳ ଧୂପ ସମାପନ ହେବାପରେ ମହାପ୍ରଭୁଙ୍କୁ ମଙ୍ଗଳାର୍ପଣ କରାଯାଇଥିଲା l ଏହାପରେ ପ୍ରଭୁ ଦଧିବାମନ ରତ୍ନ ସିଂହାସନ ଛାଡି ମନ୍ଦିରସ୍ଥ ସ୍ନାନ ମଣ୍ଡପକୁ ବିଜେ କରିଥିଲେ l ସ୍ନାନ ମଣ୍ଡପରେ ମନ୍ଦିର ପୁରୋହିତ, ପଣ୍ଡିତ, ପୂଜକ ଏବଂ ସେବାୟତଙ୍କ ଦ୍ୱାରା ସ୍ନାନପୂଜାର ସମସ୍ତ ନୀତି କରାଯାଇଥିଲା l ପ୍ରଥମେ ଅଭିମନ୍ତ୍ରିତ ହଳଦୀ ଲେପ କରାଯାଇଥିଲା l ଏହାପରେ ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ ପବିତ୍ର ଚକ୍ରତୀର୍ଥ ଜଳରେ ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ମାନଙ୍କର ସଂଗୃହିତ ଜଳକୁ ମିଶ୍ରଣ କରାଯାଇ ଅଧିବାସ ହୋଇରହିଥିବା ୧୦୮ ଗଡୁ ଅଭିମନ୍ତ୍ରିତ ଜଳରେ ସମପରିମାଣରେ ଚୁଆ, ଚନ୍ଦନ, କର୍ପୁର, ଅଗୁରୁ ପକାଇ ସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ଶାସ୍ତ୍ରୀୟ ଉପଚାର ବିଧି ଅନୁଯାୟୀ ମନ୍ଦିର ପୁରୋହିତ ସ୍ନାନ ମଣ୍ଡପକୁ ଜଳ ବିଜେ କରିଥିଲେ l ଏହାପରେ ମହାପ୍ରଭୁଙ୍କୁ ଉକ୍ତ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଯାଇଥିଲା l ମହାସ୍ନାନ ପରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା l

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar