ବରଗଡ଼ : ବରଗଡ଼ ସହରର ଭଟଲି ଛକ ସ୍ଥିତ ସୁପ୍ରିୟା ମାର୍ଗଠାରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଉତ୍ସାହ ଉଦ୍ଦୀପନା ସହକାରେ ସଂପନ୍ନ ହୋଇଛି । ଏ ଅବସରରେ ଜଗତର ନାଥ ଶ୍ରୀଜଗନ୍ନାଥ , ବଲଭଦ୍ର ଏବଂ ଭଉଣୀ ସୁଭ୍ରଦାଙ୍କ ନବଯୌବନ ବେଶ ଦର୍ଶନ ସହ ଛେରାପହଁରା ପରେ ରଥାରୂଢ଼ କରାଯାଇଥିଲା । କୁନି ରଥରେ ଚତୁର୍ଥାମୁର୍ଦ୍ଧିଙ୍କୁ ମହିଳା ମାନଙ୍କ ୧୦୮ ଆଳତି ପ୍ରଦାନ କରାଯାଇଥିଲା ।

ଘୋଷ ଯାତ୍ରା ଅବସରରେ କୁନି ବାଳକ ପ୍ରିନ୍ସ ଦାଶଙ୍କ ଦ୍ୱାରା ଛେରାଁପହରା ସଂପନ୍ନ ହେବା ସହ ପଡାବାସୀ ରଥ ଟାଣିଥିଲେ । ଘଣ୍ଟଶଙ୍ଖ ସଂକୀତନ୍ୟର ତାଳେ ତାଳେ ରଥ ଟଣା ଯାଇଥିବା ବେଳେ ବହୁ ମହିଳା ଏବଂ ପୁରୁଷ ଭକ୍ତ ସାମିଲ ହୋଇ ପ୍ରଭୁ ଜଗନ୍ନାଥଙ୍କ ଆଶୀଷ ଲାଭ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar