ବରଗଡ଼ : ବରଗଡ଼ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉତ୍ସାହ ଉଦ୍ଦୀପନା ସହକାରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଦ୍ୱିତୀୟ ଦିବସ ସୋମବାର ହାଟପଦା ରଥ ପଡିଆଠାରେ ରଥମେଲଣ ଆୟୋଜିତ ହୋଇଥିଲା ।

ବରଗଡ ତଳିପଡା ସ୍ଥିତ ନୃସିଂହନାଥ ମନ୍ଦିର, ଦାଶପଡା, ଖଜୁରଟିକ୍ରା, କଲେଜରୋଡ ଆଦି ସ୍ଥାନରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମେଲଣ ପଡିଆକୁ ପହଞ୍ଚିଥିବା ବେଳେ ଏ ଅବସରରେ ନବଜାତ ଶିଶୁ ମାନଙ୍କୁ ଶ୍ରଦ୍ଧାଳୁମାନେ ରଥ ଛୁଆଁଇ ଥିଲେ । ବରଗଡ଼ ତଥା ଆଖପାଖ ଗ୍ରାମାଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ରଥାରୁଢ଼ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭ ସହ ଆଶୀଷ ଭିକ୍ଷା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar