ଭଟଲି : ମୃତ୍ୟୁ ପରେ ବି ଜୀବନ ବଞ୍ଚି ରହିବାର ଏକମାତ୍ର ମାଧ୍ୟମ ହେଉଛି ଅଙ୍ଗଦାନ । କେବଳ ସେତିକି ନୁହେଁ ମୃତ୍ୟୁ ପରେ ମଧ୍ୟ କେହି ଜଣେ ଅକ୍ଷମ ବ୍ୟକ୍ତିଙ୍କୁ ସକ୍ଷମ କରିହେବ ଏଭଳି ଉଦ୍ୟମ ଯୋଗୁଁ । ତେଣୁ ନିଃସ୍ଵାର୍ଥପର ସେବା ମାଧ୍ୟମରେ ଏଭଳି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି ବରଗଡ଼ ଜିଲ୍ଲା ଭଟଲି ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି । ୟୁଥ୍ ରେଡକ୍ରସ୍ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜୟଶ୍ରୀ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ନୂଆଦିଲ୍ଲୀ ସ୍ଥିତ ଭାରତୀ ୟୋଡା କ୍ଳବର ସଭାନେତ୍ରୀ ରୋଜାଲିନ ଦାଶ ସାଧନକର୍ମୀ ଭାବେ ଯୋଗଦେଇ ଅଙ୍ଗଦାନର ମହତ୍ତ୍ଵ ଓ ଆବଶ୍ୟକତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ଅଙ୍ଗଦାନ ସମ୍ପର୍କିତ କ୍ୟୁଆର୍ କୋଡ ଲିପଲେଟକୁ ବିଦ୍ୟାଳୟର ନୋଟିସ ବୋର୍ଡରେ ଲଗାଯାଇଥିଲା ।

ଏହା ମାଧ୍ୟମରେ କେହି ମଧ୍ୟ ଅଙ୍ଗଦାନ ବିଷୟରେ ସମସ୍ତ ପ୍ରକାର ଜ୍ଞାନ ପାଇ ପାରିବେ। ଶିକ୍ଷକ ସଞ୍ଜୀବ କୁମାର ଷଡ଼ଙ୍ଗୀ, ଗୋବିନ୍ଦ ବାରିକ, ଶିକ୍ଷୟିତ୍ରୀ ପାର୍ବତୀ ପଧାନ, ରୀତାରାଣୀ ବେହେରା, ଇନ୍ଦିରା ଖମାରୀ, ସୌଦାମିନୀ ପଧାନ, ଜ୍ୟୋସ୍ନାମୟୀ ପଧାନଙ୍କ ସମେତ ବିଦ୍ୟାଳୟର ଛାତ୍ରୀମାନେ ସାମିଲ ହୋଇଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar