ବରଗଡ଼ : ରାଣା ପ୍ରତାପ ସ୍କୁଲ ପରିସରରେ ଯୁଗୋପଯୋଗୀ ଶିଶୁ କିଶୋର ସାହିତ୍ୟ ପତ୍ରିକା “ସୁବର୍ଣ୍ଣଦୀପ”ର ରଥଯାତ୍ରା ସଂଖ୍ୟା ଲୋକାର୍ପିତ ହୋଇଯାଇଛି । ଭାରତୀ ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଅଶ୍ଳେଷା ମହାନନ୍ଦଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ପତ୍ରିକାର ସଂପାଦକ ପ୍ରଦୀପ୍ତଭାନୁ ମହାନ୍ତି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ପ୍ରଫେସର ସ୍ନିଗ୍ଧା ତ୍ରିପାଠୀ , ସମ୍ମାନିତଅତିଥି ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର, ଲେଖିକା ମୀନା ପଣ୍ଡା , ପ୍ରଧାନଶିକ୍ଷକ ସୂଦୀପ କୁମାର ରଥ ପ୍ରମୁଖ ଯୋଗ ଦେଇ ସୁବର୍ଣ୍ଣ ଦୀପର ରଥଯାତ୍ରା ସଂଖ୍ୟା ଲୋକାର୍ପଣ କରିଥିଲେ । ସଂସଦର ସଭାନେତ୍ରୀ ରେଣୁକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
