ବରଗଡ଼ : ସଂପ୍ରତି ଜିଲ୍ଳାରେ ଚେସ ଖେଳ ପ୍ରତି ନୂତନ ଆଗ୍ରହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଅଛି । ଗତ ନଭେମ୍ବର ମାସରେ ଅନୁଷ୍ଠିତ ଜିଲ୍ଳା ଚେସ ଚାଂପିୟନସିପରେ ଶତାଧିକ ଖେଳାଳୀ ଭାଗ ନେବା ରାଜ୍ୟର ଚେସ ମହଳରେ ଚର୍ଚ୍ଚାର ବିଷୟ ଥିଲା । ଗତ ଡିସେମ୍ବର ଶେଷ ସପ୍ତାହରେ ହୋଇଥିବା ବଲାଙ୍ଗୀର ରେଟିଂ ଚେସ ପ୍ରତିଯୋଗିତାରେ ୧୮ ଜଣ ଖେଳାଳୀ ଆନ୍ତର୍ଜାତିକ ରେଟିଂ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲ୍ଳାର ୯ ଜଣ ଖେଳାଳୀ ଅଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ହାତୀ , ତ୍ରିନାଥ ପ୍ରଧାନ, ଛବିଳ ଭୋଇ, ଆଲୋକ ଭୋଇ, ବିରେନ୍ଦ୍ର କୁମାର ମହାପାତ୍ର , ସମୀର ମେହେର, ନିରୋଜ ପଟେଲ , ଓମପ୍ରକାଶ ସତନାମୀ ଏବଂ ରତିକାନ୍ତ ସୁଆର । ଜିଲ୍ଳା ଚେସ ଏସୋସିଏନ ତରଫରୁ ଏହି ଖେଳାଳୀମାନଙ୍କୁ ସଭାପତି ଅରୁଣ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ୭ ତାରିଖରେ ଇମ୍ପରିୟଲ କଲେଜ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published.

error: Content is protected !!