ଝାରବନ୍ଧ : ଝାରବନ୍ଧ ଗ୍ଲୋବାଲ ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ଚତୁର୍ଥ ସର୍ବଭାରତୀୟ ଲକ୍ଷ୍ମଣ ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ବରଗଡ଼ ୟୁନାଇଟେଡ ଚାମ୍ପିୟନ ହୋଇଛି । ଫାଇନାଲ ମୁକାବିଲା ବରଗଡ଼ ୟୁନାଇଟେଡ ଏବଂ କୁଚିଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼ ଦଳ ୪-୨ ଗୋଲରେ କୁଚିଣ୍ଡାକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଫାଇନାଲ ଖେଳକୁ ପ୍ରଶାନ୍ତ ବେହେରା, ଚିତରଜଂନ ପାଣ୍ଡେ ଏବଂ ଅଶ୍ୱିନୀ ମେହେର ପରିଚାଳନା କରିଥିଲେ ।
ଉଦଯାପନୀ ସମାରୋହରେ ହିମାଦ୍ରୀ ବରିହା, କୁମୁଦିନୀ ସାହୁ , ଝାରବନ୍ଧ ଥାନା ଅଧିକାରୀ ଦିଲୀପ ବେହେରା, ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ଡା,ନରେନ୍ଦ୍ର ପ୍ରଧାନ ସରପଂଚ ଧନମତୀ ପାଣ୍ଡେ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
