ବରଗଡ଼ : ଖେଦାପାଲି ନବଜ୍ୟୋତି କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜେପୁର ଖରମୁଣ୍ଡା ଦଳ ଚାମ୍ପିୟନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସୋହେଲା, ବଡମାଲ , ସିଆଲଖଣ୍ଡହତା, ଭାରତ କ୍ଳବ ବରଡୋଲ, ୟୁନାଇଟେଡ କ୍ଳବ ବରଗଡ , ଭେଡେନ, ଖରମୁଣ୍ଡା ଓ ପୁଟପୁଟପାଲି ଦଳ ଭାଗନେଇଥିଲେ । ଫାଇନାଲ ମୁକାବିଲାରେ ଖରମୁଣ୍ଡା ଦଳ ବରଡୋଲକୁ ଟାଇବ୍ରେକର ଜରିଆରେ ୪-୨ ଗୋଲରେ ପରାସ୍ତ କରିଥିଲା । ଅନିଲ ବାଗ, ପଚାଂନନ ପାତ୍ର, ନିରଞ୍ଜନ ମହାକୁର , ଅଶ୍ୱିନୀ ମେହେର , ଶିବାନନ୍ଦ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟଅତିିଥି ଭାବରେ ଯୋଗଦେଇ ବିଜେତା ଦଳକୁ ପୁରସ୍କୃତ କରିଥିଲେ ।
