ଵରଗଡ଼ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ରେ ଆଜାଦୀ କା ଅମୃତ ମହୋତ୍ସବ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବା କେନ୍ଦ୍ର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୂଜାରୀ , ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ , ଜିଲା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ , ସୁରେଶ୍ୱର ଶତପଥୀ , ଡିଏସଓ ତୁଷାରକାନ୍ତି ମିଶ୍ର , ପର୍ବତାରୋହି ଲିପିକା ସେଟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ନେହେରୁ ଯୁବା କେନ୍ଦ୍ରର ଡିଷ୍ଟିକ ୟୁଥ ଅଫିସର ରୋଶନ ଟଣ୍ଟନ ଏବଂ ତ୍ରିଲୋଚନ ଶତପଥୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଏ ଅବସରରେ ଏନସିସି କ୍ୟାଡେଟ ତଥା ଛାତ୍ରଛାତ୍ରୀଙ୍କ ଦ୍ଵାରା ଲେଙ୍ଗୁ ମିଶ୍ର ଷ୍ଟାଡିୟମରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!