ବରଗଡ : ଟୋକିଓ ଅଲମ୍ପିକ୍ସ ରେ ସ୍ଥାନ ପାଇଛି ପଶ୍ଚିମ ଓଡ଼ିଶା ର ଚିତ୍ରଶିଳ୍ପୀ ଙ୍କ କଳାକୃତି। ସମ୍ବଲପୁର ଓ ବରଗଡ ଜିଲ୍ଲାର ୮ ଜଣ ଚିତ୍ରଶିଳ୍ପୀ ଏହି କୃତିତ୍ବ ହାସଲ କରିଛନ୍ତି। ଇଣ୍ଡିଆନ କନଟେମ୍ପୋରାରି ଆଟିଷ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କଳାକୃତି କୁ ରିଲ ଭିଡିଓ ମାଧ୍ୟମରେ ଟୋକିଓ ଅଲମ୍ପିକ୍ସ ରେ ପ୍ରଦର୍ଶିତ କରାଯିବ।ଏହି କଳାକୃତି ମଧ୍ୟରେ ବରଗଡ ସହରର ପ୍ରତିଷ୍ଠିତ ଯୁବ ଚିତ୍ରଶିଳ୍ପୀ କୁଶ ଭୂୟାଁ ଙ୍କ କଳାକୃତି ମଧ୍ୟ ସ୍ଥାନ ପାଇଛି। ଇଣ୍ଡିଆନ କନଟେମ୍ପୋରାରି ଆର୍ଟସ୍ ଆସୋସିଏସନ ପକ୍ଷରୁ ଇନ୍ଟରନେଶେନାଲ ଭର୍ଚୁଆଲ ଆର୍ଟସ ସୋ ଆୟୋଜିତ ହୋଇଥିଲା।ଏଥିରେ ୭୨ ଜଣ ଚିତ୍ରଶିଳ୍ପୀ ଙ୍କ କୃତୀ କୁ ଚୟନ କରାଯାଇଥିଲା, ସେମାନଙ୍କ ମଧ୍ୟରେ ସମ୍ବଲପୁର ର ୭ ଜଣ ଓ ବରଗଡ ର କୁଶ ଭୂୟାଁ ଙ୍କ କୃତୀ କୁ ଚୟନ କରାଯାଇଥିଲା।
ଏଥିରେ କୁଶ ଙ୍କ ମିଶନ ୨୧ କଳାକୃତି ପ୍ରଦର୍ଶିତ ହେଉଥିବା ବେଳେ ସମ୍ବଲପୁର ର ସଞ୍ଜୟ ସାହୁ ଙ୍କ ଡ୍ରିମ୍, ମନୋଜ ଚୌଧୁରୀ ଙ୍କ କିଙ୍ଗ ଅଫ ଦି ରିଙ୍ଗ, ମହେଶ ପାଣ୍ଡେ ଙ୍କ ଓପନିଂ ସେଲିବ୍ରେଶନ୍, ପ୍ରେଂମଚନ୍ଦ ରାଉତ ଙ୍କ ଦି ହ୍ୱାଇଟସ ଅଫ ଗ୍ଲୋରି,ବନ୍ଦନା ମିଶ୍ର ଙ୍କ ଜମ୍ପସ ଅଫ ପ୍ରାଇଡ,ସୁଜାତା ବେହେରା ଙ୍କ ଡାଇଭିଁ ଫର୍ ଗ୍ଲୋରୀ,ଅନୁରେଖା ଜେନା ଙ୍କ ସ୍ପ୍ରିନଟର ଆଦି କୃତୀ ସ୍ଥାନିତ ହୋଇଅଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି ଏହି ସୋ କୁ ଉଦ୍ଘାଟନ କରିଥିଲେ।ପ୍ରଦର୍ଶନୀ ର ସଂଯୋଜନା କରିଥିଲେ ସଞ୍ଜୀବ ବିଶ୍ଵାଳ। ଏହି ପ୍ରଦର୍ଶନୀ ରେ ଜୁଲାଇ ମାସର ୨୩ ତାରିଖ ରୁ ଅଗଷ୍ଟ ମାସର ୮ ତରଖ ଯାଏ ଏହି କୃତୀ ଗୁଡ଼ିକ ପ୍ରଦର୍ଶିତ ହେବ।
