ବରଗଡ: ସ୍ଥାନୀୟ ତୋରା ସ୍ଥିତ ବେଥାନି ପବ୍ଳିକ ସ୍କୁଲରେ ଏକଦିବସୀୟ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ସିଷ୍ଟର ପ୍ରମିଲା ଜୁଡେଥ୍ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରବନ୍ଧକ ସିଷ୍ଟର ଅଞ୍ଜେଲିତା ମୁଖ୍ୟ ପ୍ରଶିକ୍ଷକଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଆନ୍ତର୍ଜାତିୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ପ୍ରଶିକ୍ଷକ ଭାବରେ ଯୋଗଦେଇ ନୂତନ ଶିକ୍ଷା ପଦ୍ଧତି ଓ ଭବିଷ୍ୟତରେ ଆସୁଥିବା ଶିକ୍ଷାନୀତି ଉପରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଶ୍ରେଣୀ ଶିକ୍ଷାକୁ ଆକର୍ଷଣୀୟ କରିବା ପାଇଁ ବର୍ତ୍ତମାନ ଟେକନୋଲୋଜି ମାଧ୍ୟମରେ ହେଉଥିବା ନୂତନ ପ୍ରୟୋଗଗୁଡିକ ବିଷୟରେ ସେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଶେଷରେ କଂପ୍ୟୁଟର ଶିକ୍ଷକ ଚନ୍ଦ୍ରକାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।