- ଇମ୍ପରିୟଲ କଲେଜରେ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମ
ବରଗଡ଼ : ପ୍ରସିଦ୍ଧ ସମାଜସେବୀ , ଶିକ୍ଷାବିଦ୍ ଏବଂ ହିମାଲୟନ୍ ଇନଷ୍ଟିଚ୍ୟୁଟ ଅଫ୍ ଅଲ୍ଟର୍ଣ୍ଣାଟିଭସର ସ୍ଥାପିକା ସାମାଜିକ କର୍ମୀ ଓ ଶିକ୍ଷା ସୁଧାରକ ଗୀତାଜଂଳୀ ଜେ ଅଙ୍ଗମୋ ଆଜି ବରଗଡ଼ ଇମ୍ପରିୟଲ କଲେଜରେ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ ଭବିଷ୍ୟତରେ ଶିକ୍ଷାର ପାଞ୍ଚଟି ସ୍ତମ୍ଭ ଉପରେ ଏକ ପ୍ରେରଣାଦାୟକ ବକୃତା ଦେଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଆସନ୍ତାକାଲିର ଶିକ୍ଷା କେବଳ ବୃତ୍ତିଗତ ସଫଳତା ପର୍ଯ୍ୟନ୍ତ ସୀମିତ ହେବା ଉଚିତ ନୁହେଁ , ବରଂ ଦାୟିତ୍ୱବାନ , କରୁଣାମୟ ଏବଂ ଉଭାବନଶୀଳ ନାଗରିକମାନଙ୍କୁ ପୋଷଣ କରିବା ଲକ୍ଷ୍ୟ ରଖିବା ଉଚିତ ।
ଏହି ଅଧିବେଶନରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଦକ୍ଷତାଭିତ୍ତିକ ଶିକ୍ଷା, ସମ୍ପ୍ରଦାୟର ଆବଶ୍ୟକତା ଓ ସହାନୁଭୁତିଶଳୀ ନେତୃତ୍ୱ ଉପରେ ଏକ ଜୀବନ୍ତ ପ୍ରଶ୍ନୋତ୍ତର ଆଲୋଚନାରେ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ଇମ୍ପରିୟଲର କଲେଜର ନିର୍ଦ୍ଦେଶକ ଦିପକ ଗୋୟଲ ଗୀତାଜଂଳୀ ଜେ ଅଙ୍ଗମୋଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲାବଣ୍ୟ ପଣ୍ଡା ଓ ଭି ମୋହନା ହରିଣୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବରଗଡ଼ ଓ ଏହାର ଆଖପାଖ ଅଞ୍ଚଳର ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା , ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଅତିଥିଙ୍କୁ ସମ୍ମାନିତ କରିଥିଲେ ।
