ବରଗଡ଼ : ଘେଁସ ଜମିଦାର ମାଧୋ ସିଂ ଙ୍କ ସଂଗ୍ରାମୀ ଜୀବନୀ ଆଧାରିତ ସମ୍ବଲପୁରୀ ନାଟକ ‘ ଜୀବନ୍ ତାକର ସ୍ୱାଧୀନତା ଆମର୍’ର ବହି ପୂଜା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାର ନାଟକର ପାଣ୍ଠୁଲିପି ପୂଜା କରିଥିଲେ । ମନ୍ଦିରର ପୂଜକ କ୍ଷୀରୋଦ୍ର ଝାଙ୍କର ପାଣ୍ଠୁଲିପି ପୂଜା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ତଥା ନିର୍ଦ୍ଦେଶକ ଅଧ୍ୟାପକ ଚୂଡାମଣୀ ରଥଙ୍କ ସମେତ ମନ୍ଦିର ପରିଚାଳନା କମିଟୀର ସଦସ୍ୟ ତଥା ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବରଗଡ଼ ସମଲେଶ୍ୱରୀ ସଂଘ ନାଟକର ପ୍ରଯୋଜନା କରିବାକୁ ଥିବା ବେଳେ ଖୁବଶୀଘ୍ର ଏହାର ରିହରସାଲ ସହ ପ୍ରଦର୍ଶିତ ହେବ ବୋଲି ସୂଚନା ଦିଆଯାଇଛି ।
