ଗାନ୍ଧୀ ପାଠାଗାରରେ ଆଲୋଚନାଚକ୍ର
ବରଗଡ଼ : “ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ଅପରିହାର୍ଯ୍ୟ “,  ମଣିଷ ଏହାକୁ ଉଭୟ ସକାରାତ୍ମକ  ଓ ନକାରାତ୍ମକ ଭାବରେ ବ୍ୟବହାର କରିପାରେ , ଏହା ତାଙ୍କ ଉପରେ ନିର୍ଭରଶୀଳ ବୋଲି ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ କହିଛନ୍ତି ଅତିଥି ବକ୍ତା ମାନେ ।  ଜୀବନ ଜିଜ୍ଞାସା ମାସିକ ଆଲୋଚନା ଚକ୍ର “ଜନ ସାଧାରଣ ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତା ର ଉପଯୋଗିତା ” ଶୀର୍ଷକ ଆଲୋଚନାଚକ୍ର ରେ ଅତିଥି ବକ୍ତା ଭାବରେ ଯୋଗଦେଇ ଆଇଆଇଏସଆର ବାଙ୍ଗାଲୋରର ନିର୍ଦ୍ଦେଶକ ଡ. ଦୁର୍ଗେଶ ଶତପଥୀ ଓ ବରଗଡ଼ ଇମ୍ପେରିଏଲ ମହାବିଦ୍ୟାଳୟ ର କମ୍ପ୍ୟୁଟର ବିଜ୍ଞାନ ଅଧ୍ୟାପକ (ପରିଦର୍ଶନ) ରୂପଚନ୍ଦ୍ର ଝା କହିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା କିଭଳି ଭାବରେ ବ୍ୟବହାର କରିବ , ତାହା ନିଜ ଉପରେ ନିର୍ଭର କରେ । ଏହା ଆମ ଚାରିପଟେ ଅଛି , ଆମେ ନିୟମିତ ବ୍ୟବହାର କରୁଛୁ । ଏତଦ୍ୱରା ଆମେ ବହୁତ ଜ୍ଞାନ ଆହରଣ କରିପାରିବା , କାରଣ କୃତ୍ରିମ ବୁଦ୍ଧିମତ୍ତା ଗୁଡ଼ାଏ ତଥ୍ୟ କୁ ଅବଲୋକନ କରି ପର୍ଯ୍ୟାଲୋଚନା କଲାପରେ ଯାଇ ନିଜର ଉତ୍ତର ରଖିଥାଏ ଏବଂ ସଠିକ୍ ଉତ୍ତର ରଖିଥାଏ ।

ହେଲେ ଏହାର କିଭଳି ବ୍ୟବହାର କରିବା ତାହା ଆମ ଉପରେ ନିର୍ଭର କରେ । ଏହାର ବିପରୀତ ଦିଗ ହେଲା ଆଜି ଛାତ୍ର ଛାତ୍ରୀ ମାନେ ନିଜର ବୁଦ୍ଧିମତ୍ତା କୁ ବ୍ୟବହାର ନକରି କୃତ୍ରିମ ବୁଦ୍ଧିମତ୍ତା ଚାର୍ଟ ଜିପିଟି ଭଳିଆ ଆପ ବ୍ୟବହାର କରି ଉତ୍ତର ଖୋଜୁଛନ୍ତି । ଏହା ହେଲା ନକାରାତ୍ମକ ବ୍ୟବହାର । କୃତ୍ରିମ ବୁଦ୍ଧିମତ୍ତା ମଣିଷ କୁ ବୁଦ୍ଧି ଓ ଜ୍ଞାନ ବୃଦ୍ଧି କ୍ଷେତ୍ରରେ ଯେତିକି ଆଗଭର କରିଥାଏ , ସେତିକି ଅଳସୁଆ ମଧ୍ୟ କରିଥାଏ । ଏହାର ବ୍ୟବହାର ଉପରେ ରହିଲା । ବରଦାନ କୁ ଭସ୍ମସୁର ଭାବରେ ବ୍ୟହାର କର ନହେଉ ବୋଲି କହିଥିଲେ ଉଭୟ ଅତିଥି ବକ୍ତା । ପାଠାଗାରର ଉପ ସଭାପତି ମନୋରଂଜନ ସାହୁଙ୍କ ସଭାପତିତ୍ବ ଓ ବରିଷ୍ଠ ସଦସ୍ୟ ଜୟପ୍ରକାଶ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଉଭୟ ଅତିଥିଙ୍କୁ ପାଠାଗାର ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ପାଠାଗାରର ସମ୍ପାଦକ ରବି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ସହରର ବହୁ ବୁଦ୍ଧିଜୀବୀ , ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନାରେ ପାଠାଗାରର ସଦସ୍ୟ କୋଷାଧ୍ୟକ୍ଷ ହୃଷୀକେଶ ଦାଶ, ବରିଷ୍ଠ ସଦସ୍ୟ ଗୌରୀ ଶଙ୍କର ପଣ୍ଡା , ଡ.ରବି ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar