ଗାଇସିଲେଟ : ଗାଇସିଲେଟ ଗୁଦେରପାଲି ଯୁକ୍ତ ଦୁଇ କଲେଜରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମେଲଛାମୁଣ୍ଡା ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୀପ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟୀର ସଭାପତି କିଶୋର ପାତ୍ର, ସଂପାଦକ କିଶୋର ଚନ୍ଦ୍ର ଦେବତା, ସରପଂଚ ରାମଚନ୍ଦ୍ର ପାତ୍ର, ମୁକେଶ ମୁରାରୀ କେଡିଆ, ଅଧ୍ୟାପକ ଚମ୍ପେଶ୍ୱର ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସ୍ୱଭାବ କବିଙ୍କ ଜୀବନୀ , କାବ୍ୟକବିତା ସହ ବର୍ତମାନ ସମୟରେ ମେହେର ସାହିତ୍ୟର ଉପଯୋଗିତା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ମୁକେଶ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅର୍ଚ୍ଚନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱ ଦେଶ ମଧୁମୟ ଏବଂ ମଙ୍ଗଳେ ଅଇଲା ଉଷା ସଂଗୀତ ପରିବେଷିତ ହୋଇଥିଲା ।
