ବରଗଡ଼: ବର୍ଦ୍ଧମାନ ମହାବୀର ଯୁକ୍ତ ଦୁଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ଚଳିତ ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ଅଧିକ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଜିଲ୍ଲାର ସମସ୍ତ ୩୧୮ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଏକ ବିଶେଷ ସମାରୋହରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଜ୍ୟୋତି କାନ୍ତ ସାହୁ, ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ, ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ପ୍ରବୀଣ ଅଗ୍ରୱାଲ ଓ ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ଡକ୍ଟର ସୁଜିତ କୁମାର ପୃଷେଠ ଯୋଗଦେଇ ଗଭୀର ଅଧ୍ୟବସାୟ, କର୍ତ୍ତବ୍ୟ ନିଷ୍ଠା ଓ ସକାରାତ୍ମକ ଚିନ୍ତାଧାରା ମାଧ୍ୟମରେ ଛାତ୍ର ଛାତ୍ରୀ ଜୀବନରେ ଉନ୍ନତି କରିପାରିବେ ବୋଲି ନିଜର ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସଙ୍ଗୀତା ପ୍ରଧାନ, ପରିଚାଳକ ବିପିନ୍ ଗୁପ୍ତା, କୋଟାର ଶିକ୍ଷକ ଆକାଶ ସିଂ ରାଞ୍ବତ, ଅମିତ୍ ବିଶ୍ଵକର୍ମା, ରାଧେଶ୍ୟାମ ମେହେତା, ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଷଡ଼ଙ୍ଗୀ, ଆକସ୍ମିକା ଦାଶ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହି ଅବସରରେ ସୈ|ମ୍ୟା ଶାଶ୍ଵତୀ ନାୟକ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ଚେୟାରମେନ ଶିରିଶ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar